Los Angeles
ବୃତ୍ତି ତଥା ଭତ୍ତା

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା, ଅନ୍ୟାନ୍ୟ ପଛୁଆ ବର୍ଗ, ଦିବ୍ୟାଙ୍ଗ ଆଦି ଅନ୍ତର୍ଗତ ଉଭୟ ଡେ-ସ୍କୋଲାର ତଥା ଛାତ୍ରାବାସୀ ପ୍ରଶିକ୍ଷାର୍ଥୀଙ୍କ ସକାଶେ ସରକାରଙ୍କ ତରଫରୁ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି|

ଏହାଛଡା ତାଲିମ ବ୍ୟବସ୍ଥାରେ ପ୍ରଗତି ଆଣିବା ସକାଶେ ଯୋଗ୍ୟତାଭିତ୍ତିକ ବୃତ୍ତି ବ୍ୟବସ୍ଥା ମଧ୍ୟ ସମସ୍ତ ପାଠ୍ୟକ୍ରମର ପ୍ରଶିକ୍ଷାର୍ଥୀଙ୍କ ପାଇଁ ରହିଛି | ନିର୍ମାଣ ଶ୍ରମିକମାନଙ୍କ ସକାଶେ ମଧ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ|

ବିଭିନ୍ନ କ୍ଷେତ୍ରରେ ଆପ୍ରେଣ୍ଟାଇସିପ୍‌ ଭାବେ କାମ କରୁଥିବା ପ୍ରଶିକ୍ଷାର୍ଥୀଙ୍କ ସକାଶେ ମଧ୍ୟ ଭାରତ ସରକାରଙ୍କ ତରଫରୁ ମାସିକାଆ ବୃତ୍ତି ର ବ୍ୟବସ୍ଥା ରହିଛି |

  • Prerana(Post-Matric Scholarship Registration Release & Network Automation) :    Click Here
  • Sudakshya Scheme :    Click Here

    ମହିଳା ସଶକ୍ତିକରଣ ଏବଂ ଯୁବା ମହିଳାଙ୍କୁ ବୈଷୟିକ ତଥା ଧନ୍ଦାମୂଳକ ତାଲିମ ଯୋଗେଇବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ “ସୁଦକ୍ଷା” ନାମକ ଏଜ ଯୋଜନା କାର୍ଯ୍ୟକାରୀ ହୋଇଛି, ଯାହାକି ବର୍ଷ ୨୦୧୭-୨୦୧୮ ଏବଂ ୨୦୧୮-୨୦୧୯ ରେ ଏଡ୍‌ମିଶନ ନେଇଥିବା ସମସ୍ତ ମହିଳା ପ୍ରଶିକ୍ଷାର୍ଥୀଙ୍କ ଲାଗି ପ୍ରଯୁଜ୍ୟ, ଯେଉଁଥିରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ |